ଆଳୁ ଓ ପିଆଜ ଦରବୃଦ୍ଧି ନେଇ ନୁଆ ନିୟମ

ଡେଙ୍ଗୁରା

Dengura


ରାଜ୍ୟ ଯୋଗାଣ ବିଭାଗ ପିଆଜ ଓ ଆଳୁର ଦରବୃଦ୍ଧି ରୋକିବାକୁ ଏକ ବିରାଟ ପଦକ୍ଷେପ ନେଇଛି । ଜିଲ୍ଲାପାଳମାନଙ୍କୁ ଷ୍ଟୋରେଜ ନିୟମ ସଂଶୋଧନ କରାଯାଇ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପିଆଜ ଓ ଆଳୁ ର ଦର ବୃଦ୍ଧି  ଲୋକମାନଙ୍କୁ ନାହିଁ ନଥିବା   ସମସ୍ୟା ଆରମ୍ଭ କରିଛି । ଖୁଚୁରା ବେପାରୀ ଆଳୁ ପିଆଜ ଷ୍ଟକ ରଖି ଚଢା ଦରରେ ବିକ୍ରି କରୁଛନ୍ତି । ତେଣୁ ଏହି ଦରବୃଦ୍ଧି ରୋକିବାକୁ ରାଜ୍ୟ ଯୋଗାଣ ବିଭାଗ ଷ୍ଟୋରେଜ ନିୟମରେ ପରିବର୍ତ୍ତନ କରିଛି । ଭୁବନେଶ୍ୱରରେ ଜଣେ ହୋଲସେଲର ଏକ ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ । ସେହିପରି କଟକ, ରାଉରକେଲ, ସମ୍ବଲପୁର, ବ୍ରହ୍ମପୁରରେ ୫୦୦ କୁଇଣ୍ଟାଲ ଆଳୁ ରଖିହେବ । ଅନ୍ୟସ୍ଥାନରେ ହୋଲସେଲର ୧୫୦ କୁଇଣ୍ଟାଲ ଆଳୁ ଓ ୧୫୦ କୁଇଣ୍ଟାଲ ପିଆଜ ରଖିପାରିବେ । ତେବେ ଏହି ୪ସହରରେ ଖୁଚୁରା ବେପାରୀ ୪୦କୁଇଣ୍ଟାଲ ଆଳୁ ଓ ୨୦ କୁଇଣ୍ଟାଲ ପିଆଜ ରଖିପାରିବେ । ଅନ୍ୟସ୍ଥାନରେ ଖୁଚୁରା ବେପାରୀ ୧୫ କୁଇଣ୍ଟାଲ ଆଳୁ ଓ ୮ କୁଇଣ୍ଟାଲ ପିଆଜ ରଖିପାରିବେ । ରେଡ଼ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି 

Leave a Reply

Your email address will not be published. Required fields are marked *

Comments

:)