
ଆମେରିକାରେ ଉଗ୍ରରୂପ ଧାରଣ କରିଛି କରୋନା ଭାଇରସ । ବିଗତ ୨୪ ଘଣ୍ଟାରେ ଆମେରିକାରେ ୧୩୩୦ ଜଣ ଲୋକ ଜୀବନ ହାରିଛନ୍ତି । ଜନ ହୋପକିନ୍ସ ବିଶ୍ୱବିଦ୍ୟାଳୟ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ମୋଟ ୯ ଲକ୍ଷ ୮୭ ହଜାର ୧୬୦ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୫୫ ହଜାର ୪୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ୧ ଲକ୍ଷ ୧୮ ହଜାର ୭୮୧ ଜଣ ସୁସ୍ଥ ହୋଇଥିବା ବେଳେ ୮ ଲକ୍ଷ ୧୨ ହଜାର ୯୬୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିଭଳି ୧୫ ହଜାର ୧୪୩ ଜଣ ଗୁରୁତର ଅଛନ୍ତି ।ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ୨ ଲକ୍ଷ ୯୯ ହଜାର ୪୩୬ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬ ହଜାର ୯୭୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୮ ଲକ୍ଷ ୭୮ ହଜାର ୭୦୭ ଜଣ ଭଲ ହୋଇଥିବା ବେଳେ ୧୯ ଲକ୍ଷ ୮ ହଜାର ୭୫୬ ଜଣ ସକ୍ରିୟ ରୋଗୀ ଅଛନ୍ତି । ଏବେବି ୫୭ ହଜାର ୬୦୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି ।
Leave a Reply