
ସାବଧାନ ଗାଳି ଚାଳକ ସାବଧାନ । ଆଜିଠୁ ରାଜ୍ୟରେ କଡ଼ାକଡ଼ି ହେଉଛି ନୂଆ ଟ୍ରାଫିକ ନିୟମ । ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ମାର୍ଚ୍ଚ ପହିଲାରୁ ଗଣିବେ ମୋଟା ଅଙ୍କର ଜୋରିମାନା ।ନୂଆ ମୋଟର ଯାନ ଆଇନ ଉଲଂଘନକାରୀଙ୍କୁ ଲାଗିବ ଅର୍ଥ ଦଣ୍ଡ । ଗାଡ଼ି ଚାଳକଙ୍କ ପାଖରେ ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଅମାନିଆ ଗାଡ଼ି ଚାଳକଙ୍କୁ ଭରିବାକୁ ପଡ଼ିବ ମୋଟା ଅଙ୍କର ଦଣ୍ଡ । ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ୨ଚକିଆ ଯାନ ଆରୋହୀ ହେଲମେଟ, ଓଭରଲୋଡ଼ିଂ ମନା, ମଦ ପିଇ ଗାଡ଼ି ଚାଳନା ମନା , କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି ।ଆଜିଠାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂ ଜୋରଦାର ଆରମ୍ଭ କରାଯିବ । ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ନିସ୍ତାର ।
ଗାଡି ଚାଳନା ନିୟମ ନମାନିଲେ : ୫ଶହ
ହେଲମେଟ ନପିନ୍ଧିଲେ : ୧ ହଜାର
ଚାଳକଙ୍କର ଲାଇସେନ୍ସ ନଥିଲେ : ୫ହଜାର
ବାଇକରେ ୨ରୁ ଅଧିକ ବସିଲେ : ୧ହଜାର
କାର ସିଟବେଲ୍ଟ ନ ବାନ୍ଧିଲେ: ୧ ହଜାର
ଗାଡିର ଇନସ୍ୟୁରାନ୍ସ ନଥିଲେ : ୨ହଜାର
ମଦ ପିଇ ଗାଡି ଚାଳନା : ୧୦ ହଜାର ସହ ଗିରଫ
ଦ୍ରୁତଗତିରେ ବାଇକ୍ ଚଳାଇଲେ : ୨ହଜାର
ନାବାଳକ ଗାଡି ଚଳାଇଲେ : ୨୫ ହଜାର
Leave a Reply