
ପାକିସ୍ତାନର ଅର୍ଥନୀତି ଅନିୟନ୍ତ୍ରିତ ହୋଇପଡ଼ିଛି । ସରକାର ଯେତେ ଉଦ୍ୟମ କଲେ ମଧ୍ୟ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁ ନାହାନ୍ତି । ଦେଶରେ ସବୁ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରୁ ନ ଥିବାରୁ ବିଦେଶରୁ ଆମଦାନୀ କରିବାକୁ ପଡୁଛି । ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନରେ ଏବେ ଟମାଟୋ କିଲୋ ପିଛା ୪୦୦ ଟଙ୍କା ଓ ଡାଲି କିଲୋ ୨୬୦ ଟଙ୍କାରେ ପହଞ୍ଚିଛି । ଦରଦାମ ଆକାଶ ଛୁଆଁ ହେତୁ ପାକିସ୍ତାନର ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାରେ ଏବେ ଗରିବ ଲୋକ ଭାତରେ ଡାଲି ମିଶାଇ ଖାଇବାକୁ ପାଉ ନାହାନ୍ତି । କାରଣ ଡାଲି ଦର କିଲୋ ପିଛା ୨୬୦ ଟଙ୍କାରେ ପହଞ୍ଚିଛି । ପାକିସ୍ତାନର ଖବରକାଗଜ ‘ଡନ’ର ରିପୋର୍ଟ ଅନୁସାରେ ଖୁଚୁରା ବଜାରରେ ମୁଗ ଡାଲି ୨୨୦ ରୁ ୨୬୦ ଟଙ୍କାରେ ବିକ୍ରି ହେଉଛି । ଚଣା ଡାଲି କିଲୋ ପିଛା ୧୬୦ ଟଙ୍କା । ଏହା ବ୍ୟତୀତ ଚିନି କିଲୋ ପିଛା ଦର ରହିଛି ୭୫ ଟଙ୍କା ।
ପାକିସ୍ତାନର ପିବିଏସ ଅର୍ଥାନ ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ ଅନୁସାରେ ମହଙ୍ଗା ଦର ରେକର୍ଡ ଅତିକ୍ରମ କରିଛି । ଉପଭୋକ୍ତା ଦର ବୃଦ୍ଧି ୧୨.୭ ପ୍ରତିଶତ ବଢ଼ିଛି । ରିପୋର୍ଟ ଅନୁସାରେ ପୂର୍ବରୁ ଡାଲି କିଲୋ ପିଛା ୧୭୦ ରୁ ୧୮୫ ଟଙ୍କା ଥିଲା । କିନ୍ତୁ ହଠାତ ଦର ବଢ଼ିଯାଇଛି । ବ୍ୟବସାୟୀଙ୍କ କହିବା ଅନୁସାରେ ପଞ୍ଜାବରେ ୪୦ କିଲୋ ଡାଲି ଦର ୬୮୦୦ ଟଙ୍କା ଥିବା ବେଳେ ଏହା ଏବେ ୭୫୦୦ ଟଙ୍କା ହୋଇଯାଇଛି ।
Leave a Reply